ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ଶ୍ରୀ ହନୁମାନଙ୍କ ଦିନ । ଏହି ଦିନ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖ ଶାନ୍ତି ବଳବତ୍ତର ରହିଥାଏ । ଜୀବନର ସମସ୍ତ ଅସୁବିଧା ଦୂର ହୁଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ଅବଲମ୍ବନ କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇପାରିବ ।
– ମଙ୍ଗଳବାର ଦିନ ସକାଳୁ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନର ସମସ୍ତ ବାଧାର ଅନ୍ତ ହେବ । ଏହାସହିତ ବଜରଙ୍ଗୱାଲୀଙ୍କ କୃପା ଲାଭ ହେବ ।
– ଯଦି ଆପଣଙ୍କୁ କୌଣସି ବିରୋଧୀ ବା ଶତୃ ହଇରାଣ କରୁଛନ୍ତି ତେବେ ମଙ୍ଗଳବାର ଦିନ ବଜରଙ୍ଗ ବାଣ ପାଠ କରନ୍ତୁ । ମନରୁ ଏହି ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ଶନିଙ୍କ କୁପ୍ରଭାବରୁ ମଧ୍ୟ ରକ୍ଷା ମିଳିଥାଏ ।
– ମଙ୍ଗଳବାର ଦିନ ଲାଲ କିମ୍ବା ଗୋଲାପୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।
– ଏହାବ୍ୟତୀତ ମାସକୁ ଗୋଟେ ମଙ୍ଗଳବାର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ସେବା କରିବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ, ଏବଂ ହନୁମାନଙ୍କ କୃପାଲାଭ ମଧ୍ୟ ହୋଇଥାଏ ।
– ଆର୍ଥିକ ଲାଭ ପାଇଁ ମଙ୍ଗବାର ଦିନ ସକାଳୁ ସ୍ନାନ ସାରି ବରଗଛ ପତ୍ର ଆଣି ହନୁମାନଙ୍କ ପାଦ ତଳେ ରଖିଦିଅନ୍ତୁ । ତାପରେ ସେହି ପତ୍ରରେ ଜୟ ଶ୍ରୀରାମ ଲେଖି ନିଜ ପର୍ସରେ ରଖିଦିଅନ୍ତୁ । ପତ୍ରଟି ସୁଖି ଗଲା ପରେ ନଦୀରେ ଭସାଇ ଦିଅନ୍ତୁ ।