ମୁମ୍ବାଇ (ଏଟିଆର ବ୍ୟୁରୋ) ; ବଲିଉଡରେ ଚାଲିଛି ବିବାହ ସିଜିନ । ନିକଟରେ ଦିପିକା-ରଣବିରଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏବେ ନଜରକୁ ଆସିଛନ୍ତି କମେଡି କିଙ୍ଗ କପିଲ ଶର୍ମା । ନିଜର ସହକଳାକାର ଗିନିଙ୍କ ସହିତ ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ କମେଡିଆନ କପିଲ ଶର୍ମାଙ୍କ ବିବାହ । ଏହି ଶୁଭ ପରିଣୟ ପଂଜାବୀ ରୀତିରେ ନିଜ ପୈାତୃକ ବାସଭବନରେ ୪ ଦିନ ଧରି ଚାଲିବ । କିନ୍ତୁ ଡିସେମ୍ବର ୧୪ରେ ମୁମ୍ବାଇରେ ଏକ ବଡ ରିସେପ୍ସନ ପାର୍ଟିର ଆୟୋଯନ କରିବା ନେଇ ଜାତୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି କପିଲ ଶର୍ମା ।
ଛୋଟ ପରଦାରେ ହାସ୍ୟ ଅଭିନେତା ଭାବେ ବେଶ ପରିଚିତ କପିଲ ଶର୍ମା । ସବୁଠାରୁ ଲୋକପ୍ରିୟ ସୋ କମେଡି ନାଇଟ ଉଇଥ କପିଲ ସୋ ମାଧ୍ୟମରେ କପିଲ ଏବଂ ଗିନିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । କିନ୍ତୁ ଏହି ଲୋକ ପ୍ରିୟ ସୋ କପିଲ ନିଜ ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କ ସହ ମତାନ୍ତର ହୋଇଥିଲା । ପରେ ସୁନୀଲ ବାଧ୍ୟ ହୋଇଥିଲେ ସୋ ଛାଡିବା ପାଇଁ । ଯାହାଫଳରେ ଏହି ସୋ ଅଧାରେ ବନ୍ଦ ହୋଇଯାଇଥିଲା । ସୋ ବନ୍ଦ ହେବା ପରେ କପିଲ ଅଡୁଆରେ ପଡିଥିଲେ ।
କପିଲ ଏବଂ ଗିନିଙ୍କ ପ୍ରେମରେ କିଛି ଅସୁବିଧା ହୋଇନଥିଲା । ଠିକ ଠାକ ଚାଲିଥିଲା ଦୁହିଙ୍କପ୍ରେମ । ଯାହାକି ଆଜି ବିବାହରେ ପରିଣତ ହେବାକୁ ବସିଛି । ତେବେ ଦର୍ଶକେ ଇଶ୍ୱରଙ୍କ ପାଖରେ ଏତିକି ପ୍ରାର୍ଥନା କରିଛନ୍ତି କି କପିଲ ରିଲ ଲାଇଫରେ ଯେଭଳି ଲୋକଙ୍କୁ ହସେଇ ହସେଇ ବେଦମ କରନ୍ତି ଭଗବାନ ତାଙ୍କ ଦାମ୍ପତ୍ୟ ଜୀବନରେ ସେହିଭଳି ହସଖୁସି ଭରିଦିଅନ୍ତୁ ।