ପୁରୀ (ଏଟିଆର ବ୍ୟୁରୋ): ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ ହାଉସ ବେଳାଭୂମିରେ ସକାଳ ସୂର୍ଯ୍ୟକିରଣରେ ବସି ଯୋଗ ମୁଦ୍ରା କରୁଥିବାର ଏକ ବାଲୁକା କଳା କରିବା ସହ ଲେଖିଛନ୍ତି ୟୋଗା ଫର୍ ହ୍ୟୁମାନିଟି ।
ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଜୀବନ ଶୈଳୀକୁ ସୂଚାରୁ ରୂପେ ସଂଚାଳନ କରିବା ପାଇଁ ହେଲେ ନିୟମିତ ଯୋଗ କରିବା ନିହାତି ଜରୁରୀ । ଯୋଗ ଦିବସ ଉପଲକ୍ଷେ ଏହି ସ୍ୱତନ୍ତ୍ର ବାଲୁକା କଳା କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।