ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ସେ କହିଛନ୍ତି କି, ଦୁଇ ବର୍ଷ ମଧ୍ୟରେ ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଶେଷ କରାଯିବ । ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ କରାଯିବା ସହ ଷ୍ଟେସନ ବିଲ୍ଡିଙ୍ଗ ଏବଂ ବଡ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା କରାଯାଇଛି ।
ଏହାସହିତ ଆଗକୁ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ପୁରୀ କୁ ସ୍ୱତନ୍ତ୍ର ୨୦୫ଟି ଟ୍ରେନ ଚଳାଚଳ ସହ ମୋବାଇଲ ଟିକେଟ ବ୍ୟବସ୍ଥା ମଧ୍ୟ କରାଯିବ । ଏହାସହିତ ସୁରକ୍ଷା ବ୍ୟବସ୍ଥା ଉପରେ କଡାକଡି ଭାବେ ନଜର ରଖାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।