ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ଏମଏସ ଧୋନୀ କ୍ରିିକେଟ ପରେ ଏବେ ଫିଲ୍ମ ଜଗତରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ମୁତାବକ, ଖୁବ୍ ଶୀଘ୍ର ସାଉଥ ଫିଲ୍ମ ପ୍ରଡ୍ୟୁସ କରିବେ ଧୋନୀ । ତାଙ୍କ ଫିଲ୍ମରେ ସୁପରଷ୍ଟାର ବିଜୟ ଥଲାପତି ହିରୋ ଭାବେ କାମ କରିବେ । ସାଉଥ ଫିଲ୍ମର ଟପ୍ ହିରୋ ମଧ୍ୟରୁ ବିଜୟ ଅନ୍ୟତମ । ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ଅପେକ୍ଷାର ସହ ଚାହିଁ ବସିଥାନ୍ତି ।
ସୂଚନାଯୋଗ୍ୟ, ଅଭିନେତା ବିଜୟଙ୍କୁ ଭେଟି ତାଙ୍କୁ ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଅଫର ଦେଇଛନ୍ତି ଏମଏସ ଧୋନୀ । ଏହାରି ମଧ୍ୟରେ ଥଲାପତି ୬୬ ର ଷ୍ଟାର ଧୋନୀଙ୍କ ଏହି ଅଫରକୁ ସ୍ୱୀକାର କରିଛନ୍ତି । ଏହାସହିତ ଏହି ଫିଲ୍ମରେ ଧୋନୀ ମଧ୍ୟ କ୍ୟାମିଓ କରି ପାରନ୍ତି ।