ପୁରୀ (ଏଟିଆର ବ୍ୟୁରୋ):୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ ପୀଡିତ ଶ୍ରୀଜିଉ । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଅସୁସ୍ଥତାର ଉପଚାର ପାଇଁ ଦଇତାପତି ସେବାୟତମାନେ ଲାଗି ପଡିଛନ୍ତି । ଏବେ ଧୀରେ ଧୀରେ ଅସୁସ୍ଥତାରୁ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅନବସରର ଆଜି ଦଶମୀ । ଏହି ଅବସରରେ ଚକା ବିଜେ କରିବେ ମହାପ୍ରଭୁ ।
ପରମ୍ପରା ଅନୁଯାୟୀ ଅନବସରର ଦଶମୀ ସନ୍ଧ୍ୟାରେ ଶ୍ରୀମନ୍ଦିର ଗାରଦରେ ଦଶମୂଳ ମୋଦକ ଦାଖଲ ହେବ । ଏହାପରେ ଏକାଦଶୀରେ ଅନ୍ୟ ଭୋଗ ସହ ଏହା ମହାପ୍ରଭୁଙ୍କୁ ଲାଗି ହେବ ।