ପୁରୀ (ଏଟିଆର ବ୍ୟୁରୋ):ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ଏବେ ସୁଦ୍ଧା ତିନି ରଥର ଚକ-ଅଖ ଡେରା ସମ୍ପନ୍ନ ହେବା ସହ ତିନି ରଥର ପଞ୍ଚ ଦଣ୍ଡା ଏବଂ ପାଶ୍ୱର୍ ଦଣ୍ଡାରେ ଗୁଜ, ଜଳଯନ୍ତ୍ର, ମୁହାଁଟ ଏବଂ କୁଡୁକା ଲାଗି ହୋଇଛି ।
ଅନ୍ୟପଟେ ତିନି ରଥର ଗରଗରା ଚଉପଟ ସରି ବିନ୍ଧ କାର୍ଯ୍ୟ ଶେଷ ହେବା ସହ ଢମକ ଚଉପଟ କାର୍ଯ୍ୟ ଜାରି ରହିଛି । ଏହାସହିତ ଦର୍ପଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରହିବା ସହ ନନ୍ଦୀଘୋଷ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ତାଳଧ୍ୱଜ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।
ସେହିପରି ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନି ରଥ ନିମନ୍ତେ ସେବକ ମାନେ ବିଭିନ୍ନ କଣ୍ଟା ପ୍ରସ୍ତୁତ କରୁଛନ୍ତି ।