ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖରାଦିନେ ଲୋକେ ତରଭୂଜ ସେବନ କରିଥାନ୍ତି । ଏହା ଶରୀର ପାଇଁ ଉପକାରୀ । ତରଭୂଜ ଖାଇ ସାରିବା ପରେ ଲୋକେ ତାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଫିଙ୍ଗି ଦେଉଛନ୍ତି ତାହା କେତେ ଗୁଣକାରୀ ।
ମୋନୋଅନସ୍ୟାଚୁରେଟେଡ ଏବଂ ପଲିଅନସେଚୁରେଟେଡ ଫ୍ୟାଟି ଏସିଡର ଏକ ଭଲ ଉତ୍ସ ହେଉଛି ତରଭୂଜ ମଞ୍ଜି । ଏହା ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟି ଇଂଫ୍ଲେମେଟରୀ ଏଜେଂଟ ରୂପେ କାମ କରିଥାଏ । ତଥା ହାର୍ଟକୁ ସୁସ୍ଥ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା ହୃଦଘାତରୁ ରକ୍ଷା କରିଥାଏ । ଏଥିରେ ଥିବା ମ୍ୟାଗ୍ନେସିୟମର ମାତ୍ରା ରକ୍ତଚାପକୁ ନିୟନ୍ତ୍ରିତ କରିବା ରେ ସହାୟକ ହୁଏ ।
– ତରଭୂଜ ମଞ୍ଜିରୁ ଚୋପା ଛଡାଇ ତାର ଭିତର ଅଂଶ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଆସିଥାଏ । ମସ୍ତିଷ୍କ ଓ ହାର୍ଟ ସୁସ୍ଥ ରୁହେ ।
– ଏଥିରେ ଥିବା ଡାୟଟ୍ରି ଫାଇବର ପାଚନ ତନ୍ତ୍ରକୁ ଠିକ ରଖିବାରେ ସହାୟକ ହୁଏ । ପାଚନ ସମ୍ବନ୍ଧୀୟ ସମସ୍ୟାକୁ ସମାପ୍ତ କରିବାରେ ସହାୟକ ହୋଇଥାଏ ।
– ଜଣ୍ଡିସ ସମସ୍ୟା ପାଇଁ ତରଭୂଜ ମଞ୍ଜି ସେବନ ଫାଇଦା ହୋଇଥାଏ । ଏହାବ୍ୟତିତ ସଂକ୍ରମଣରୁ ରକ୍ଷା ମିଳିଥାଏ ।
– ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ତ୍ୱଚା ପାଇଁ ଫାଇଦା ।
– ତରଭୂଜ ମଞ୍ଜିରେ ତିଆରି ଚା ନିୟମିତ ସେବନ କରିବା ଦ୍ୱାରା କିଡନୀ ସମସ୍ୟାରୁ ରକ୍ଷା ମିଳିଥାଏ ।
– ତରଭୂଜ ମଞ୍ଜିକୁ ଚୋବେଇ ଚୋବାଇ ଖାଇବା ଦ୍ୱାରା ଦାନ୍ତର ଫାଇରିଆ ରୋଗ ପାଇଁ ଲାଭ ହୋଇଥାଏ ।