ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଆମ ସ୍ୱାସ୍ଥ୍ୟ ପାଇଁ ବାଦାମ ଉପଯୋଗୀ । ହେଲେ ଆପଣ ଜାଣିଛନ୍ତି କି? ବାଦାମ ଅପେକ୍ଷା କଳା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ତେବେ ଆସନ୍ତୁ ଜାଣିବା କାହିଁକି ବାଦାମ ଅପେକ୍ଷା କଳାବୁଟ ଅଧିକ ଲାଭବାନ ।
ଭିଜା କଳାବୁଟରେ ଭୂରପୁର ମାତ୍ରାରେ କାର୍ବହାଇଡ୍ରେଟ, ଭିଟାମିନ, କ୍ୟାଲସିୟମ ଭଳି ପୋଷକ ତତ୍ୱ ରହିଛି । ନିୟମିତ ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ଫୂର୍ତ୍ତି ଲାଗିଥାଏ ।
ଓଜନ ହ୍ରାସ ପାଇଁ ମଧ୍ୟ ଏହି ବୁଟ ଖାଇବା ବେଶ ଲାଭଦାୟକ । ଏଥିରେ ଫାଇବର ପ୍ରଚୁର ମାତ୍ରାରେ ରହିଛି । ଯାହା ଫଳରେ ଏହାକୁ ଖାଇବା ଦ୍ୱାରା ଅନେକ ସମୟ ପେଟ ପୂରିଲା ଭଳି ମନେ ହୋଇଥାଏ ।
ଏହା ବ୍ୟତିତ ପାଚନକ୍ରିୟା ପାଇଁ ମଧ୍ୟ କଳାବୁଟ ଖୁବ ଲାଭଦାୟକ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ପାଚନକ୍ରିୟାରେ କୌଣସି ପ୍ରକାର ସମସ୍ୟା ଉପୁଜି ନଥାଏ ।
ଆସ୍ତମା ରୋଗରେ ଶିକାର ହୋଇଥିବା ଲୋକଙ୍କ ପାଇଁ ଭିଜା ବୁଟ ଲାଭଦାୟକ । ଏହାଛଡା ମଧୁମେହ ରୋଗରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଉପଯୋଗୀ । ନିୟମିତ ଭାବେ ଏହାକୁ ସେବନ କରିବା ଦ୍ୱାରା ମଧୁମେହ ରୋଗକୁ ନିୟନ୍ତ୍ରଣ କରାଯାଇପାରେ ।