ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସନାତନ ଧର୍ମରେ ଘରର ସୁଖ-ଶାନ୍ତି ଏବଂ ସମ୍ପନ୍ନତା ପାଇଁ ଦୀପ ଜଳାଇବାର ବିଶେଷ ମହତ୍ୱ ରହିଛି । ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ତାଙ୍କ ସମ୍ମୁଖରେ ଦୀପ ଜଳା ଯାଇଥାଏ । ଦୀପ ଜାଳିବା ଦ୍ୱାରା ଦୂର ହୋଇଥାଏ ଅନ୍ଧକାର । ଏହାସହିତ ଦୀପ ଜାଳିବାର ବୈଜ୍ଞାନିକ ମହତ୍ୱ ମଧ୍ୟ ରହିଛି ।
ସେହିପରି ଦୀପ ଜାଳିବାର କିଛି ନିୟମ ମଧ୍ୟ ରହିଛି । ଯାହାକୁ ଧ୍ୟାନ ରଖିବା ଉଚିତ୍ ।
– ଯଦି ଆପଣ ମାଟି ଦୀପ ଜଳାଉଛନ୍ତି ତେବେ ସେହି ଦୀପ କ୍ଷୁଣ ହୋଇନଥିବା ଜରୁରୀ । କ୍ଷୁଣ ଦୀପ ଜଳାଇବାର ଦ୍ୱାରା ମନ ର ଆତ୍ମାବିଶ୍ୱାସ ଦୁର୍ବଳ ହୋଇଥାଏ ।
– ଯଦି ଆପଣ ଭଗବାନ ସମ୍ମୁଖରେ ଦୀପ ଜାଳି ରଖୁଛନ୍ତି ତେବେ ଧ୍ୟାନ ରଖିଥିବେ କି ଘିଅ ଦୀପକୁ ଭଗବାନଙ୍କ ବାମ ପାଖରେ ରଖିବା ଉଚିତ୍ । ତେଲ ଦୀପକୁ ଡାହାଣ ପାଖରେ ରଖିବା ଉଚିତ୍ ।
– ଯଦି କୌଣସି ସଂକଳ୍ପ ନେଇ ଦୀପ ଜାଳୁଛନ୍ତି ତେବେ ଅଟାରେ ତିଆରୀ ଦୀପ ଜାଳିବା ଉଚିତ୍ ।
– ଦୀପ ଜାଳିବାର ସଠିକ ସମୟ ସକାଳ ୫ଟାରୁ ୧୦ ଟା ପର୍ଯ୍ୟନ୍ତ ହୋଇଥାଏ । ସେହିପପରି ସନ୍ଧ୍ୟା ୫ଟାର ୭ ଟା ଯାଏଁ । ଏହା ଶୁଭ ସମୟ ।