ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୁହାଯାଏ ଆବଶ୍ୟକତାଠାରୁ ଅଧିକ କୌଣସି ଜିନିଷ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ସେହିପରି ଆଜି ଆମେ କଖାରୁ ମଞ୍ଜିର କ୍ଷତି ବିଷୟରେ କହିବାକୁ ଯାଉଛୁ । ଆପଣମାନେ ଜାଣିଥିବେ ସ୍ୱାସ୍ଥ୍ୟ ପାଇଁ ହିତକର କଖାରୁ ମଞ୍ଜି । କିନ୍ତୁ ଆବଶ୍ୟକତାଠାରୁ ଅଧିକ ସେବନ ସ୍ୱାସ୍ଥ୍ୟକୁ କ୍ଷତି ପହଁଚାଇଥାଏ ।
ସୁପର ଫୁଡରେ ସାମିଲ କଖାରୁ ମଞ୍ଜି । ଏଥିରୁ ମ୍ୟାଗ୍ନେସିୟମ, ଫସଫରସ, ତମ୍ବା, ନିୟାସିନ୍, ଟ୍ରିପ୍ଟୋଫ୍ୟାନ ଏବଂ ପ୍ରୋଟିନ୍ ମିଳିଥାଏ । ଏହାର ସଠିକ ସେବନ ଆପଣଙ୍କୁ ଆଂଠୁ ଗଣ୍ଠି ଦରଜ ସମସ୍ୟାରୁ ଆରାମ ଦେଇଥାଏ । ଏହାସହିତ ତ୍ୱଚା ଓ କେଶକୁ ହେଲ୍ଦୀ ରଖିବାରେ ସାହାଯ୍ୟ କରେ । ମାତ୍ର ଏହାର ଅଧିକ ସେବନ କ୍ଷତି ପହଁଚାଇ ଥାଏ ।
ଯଦି ଆପଣ ଦିନ ଯାକରେ ୧୦ ରୁ ୩୦ ଗ୍ରାମ କଖାରୁ ମଞ୍ଜି ସେବନ କରିବେ ତେବେ ଏହା ଆପଣଙ୍କୁ କ୍ଷତି ପହଁଚାଇପାରେ । କଖାରୁ ମଞ୍ଜିରେ କ୍ୟାଲୋରୀ ମାତ୍ରା ଅଧିକ ଥାଏ । ଯାହାଫଳରେ ଓଜନ ବୃଦ୍ଧି ହୋଇଥାଏ ।
ଅଧିକ ମାତ୍ରାରେ କଖାରୁ ମଞ୍ଜି ସେବନ କରିବା ଦ୍ୱାରା ଗ୍ୟାସ ଓ କୋଷ୍ଟକାଠିନ୍ୟ ସମସ୍ୟା ଉପୁଜିପାରେ କାରଣ ଏଥିରେ ଫାଇବର ମାତ୍ରା ଅଧିକ ଥାଏ ।
ଏହାସହିତ ଅଧିକ ମାତ୍ରାରେ କଖାରୁ ମଞ୍ଜି ସେବନ ଡାଇରିଆ ଓ ଲୋ ବିପି ସମସ୍ୟା ଉପୁଜିପାରେ ।