ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ଆଧାର କାର୍ଡ ଓ ପାନ୍ କାର୍ଡ ଦୁଇଟି ଜରୁରୀ ଡକ୍ୟୁମେଣ୍ଟ ହୋଇଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ଏହି ଦୁଇଟି ଡକ୍ୟୁମେଣ୍ଟର ଆବଶ୍ୟକତା ପଡୁଛି । ସେହିପରି ଇନକମ ଟ୍ୟାକ୍ସ ନିୟମ ଅନୁସାରେ ପାନ୍ କାର୍ଡ ଓ ଆଧାର କାର୍ଡକୁ ଲିଙ୍କ କରିବା ନିହାତି ଜରୁରୀ ।
ଯଦି କୌଣସି ବ୍ୟକ୍ତି ଏପର୍ଯ୍ୟ ଆଧାର-ପାନ୍ ଲିଙ୍କ କରି ନାହାନ୍ତି ତେବେ ତୁରନ୍ତ କରି ନିଅନ୍ତୁ । ଜୁନ୍ ୩୦ ୨୦୨୨ ପର୍ଯ୍ୟନ୍ତ ଆପଣ କମ ଜରିମନାରେ ଆଧାର-ପାନ୍ ଲିଙ୍କ କରାଇ ପାରିବେ । ନଚେତ୍ ଏଥିପାଇଁ ଜୁଲାଇ ୧ ରୁ ଦୁଇଗୁଣା ଟଙ୍କା ଦେବାକୁ ପଡିପାରେ ।
ଆଜ୍ଞା ହଁ ଜୁଲାଇ ୧ ରୁ ଏଥିପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ । ଏହି ନିୟମ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ରହିବ ।