ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ବଡ ପରଦାରେ ଦେଖିବାକୁ ମିଳିବ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ । ଏନେଇ ଦୀର୍ଘ ଦିନ ହେବ ପ୍ରସ୍ତୁତି ଚାଲିଥିଲା । ଆଜ୍ଞା ହଁ ତାଙ୍କ ବାୟୋପିକ ‘ମେଁ ରହୁଁ ୟା ନା ରହୁଁ ୟେ ଦେଶ ରହନା ଚାହିଏ-ଅଟଳ’ ର ଘୋଷଣା ହୋଇଛି । ସେ ବିଜେପି ଜଣେ ବରିଷ୍ଠ ନେତା ଥିଲେ ୨୦୧୮ ମସିହା ଅଗଷ୍ଟ ୧୬ ରେ ତାଙ୍କର ନିଧନ ହୋଇଥିଲା ।
ଏହି ଫିଲ୍ମରେ ବାଜପେୟୀଙ୍କ ପିଲାଦିନଠୁ ନେଇ କଲେଜ ଏବଂ ରାଜନେତା ହେବା ଯାଏଁ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ଦର୍ଶା ଯାଇଛି ।
ଫିଲ୍ମଟି ପୂର୍ବ ପ୍ରଧାନମନ୍ତ୍ରୀଙ୍କ ୯୯ତମ ଜନ୍ମ ଜୟନ୍ତୀ ଅବସରରେ ୨୦୨୩ ରେ ରିଲିଜ୍ କରାଯିବ ।