ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ କୌଣସି ଶୁଭ କାମ କରିବା ସମୟରେ ହୋମ କରିବାର ବିଧି ରହିଛି । ମାନ୍ୟତା ରହିଛି କି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ସ୍ମରଣ କରିବା ଦ୍ୱାରା କାର୍ଯ୍ୟ ସଫଳ ହୋଇଥାଏ । ହୋମରେ ମନ୍ତ୍ର ପାଠ କରିବା ପରେ ଶେଷରେ ସ୍ୱାହା ଶଦ୍ଦ କୁହାଯାଏ ଏହାପରେ ଯାଇ ଆହୁତି ଦିଆଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତ୍ୟେକ ଆହୁତିରେ ସ୍ୱାହା ଶଦ୍ଦ କାହିଁକି ବ୍ୟବହାର କରାଯାଏ । ଏହା ପଛରେ କଣ ରହିଛି କଥା । ତେବେ ଆସନ୍ତୁ ଜାଣିବା ।
ହୋମରେ ସ୍ୱାହା ଉଚ୍ଚାରଣ କରି ହୋମକୁଣ୍ଡରେ ହୋମ ସାମଗ୍ରୀ ପକା ଯାଏ । କୁହାଯାଏ କି କୌଣସି ଯଜ୍ଞ ସେପର୍ଯ୍ୟନ୍ତ ସଫଳ ହୁଏନାହିଁ ଯେପର୍ଯ୍ୟନ୍ତ ଦେବତାମାନେ ହବିଷ୍ୟ ଗ୍ରହଣ ନକରନ୍ତି । ହୋମ ସମୟରେ ସ୍ୱାହା ଉଚ୍ଚାରଣ କରିବାକୁ ନେଇ ଅନେକ କଥା ରହିଛି ।
ପ୍ରଥମ କଥା ମୁତାବକ, ରାଜା ଦକ୍ଷଙ୍କ ପୁତ୍ରୀ ଥିଲେ ସ୍ୱାହା । ଯାହାଙ୍କ ସହ ଅଗ୍ନିଦେବଙ୍କର ବିବାହ ହୋଇଥିଲା । ସେଥିପାଇଁ ଯେବେ ବି ଅଗ୍ନିରେ କୌଣସି ଜିନିଷ ସମର୍ପିତ କରାଯାଏ ସେତେବେଳେ ତାଙ୍କ ପତ୍ନୀଙ୍କୁ ସ୍ମରଣ କରାଯାଏ । ଏହାପରେ ଯାଇ ଅଗ୍ନିଦେବ ସେହି ଜିନିଷକୁ ସ୍ୱୀକାର କରନ୍ତି ।
ଦ୍ୱିତୀୟ କଥା ମୁତାବକ, ଥରେ ଦେବତାମାନଙ୍କଠାରେ ଅକାଳ ପଡିଥିଲା । ସେମାନଙ୍କ ନିକଟରେ ଖାଦ୍ୟ-ପେୟ ଅଭାବ ହୋଇଗଲା । ଏହି କଠିନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଭଗବାନ ବ୍ରହ୍ମା ଏକ ଉପାୟ ବାହାର କଲେ କି ଧରାପୃଷ୍ଠରେ ବ୍ରାହ୍ମଣଙ୍କ ଦ୍ୱାରା ଖାଦ୍ୟ-ସାମଗ୍ରୀ ଦେବତାଙ୍କ ନିକଟକୁ ପହଁଚାଯାଉ । ସେଥିପାଇଁ ସେ ଅଗ୍ନିଦେବଙ୍କୁ ଚୟନ କଲେ । ସେହି ସମୟରେ ଅଗ୍ନିଦେବଙ୍କ କ୍ଷମତା ଭସ୍ମ କରିବାକୁ ନଥିଲା ସେଥିପାଇଁ ସ୍ୱାହା ଉତ୍ପତି ହେଲା । ସ୍ୱାହାଙ୍କୁ ଆଦେଶ ଦିଆଗଲା କି ସେ ଅଗ୍ନିଦେବଙ୍କ ସହ ରୁହନ୍ତୁ । । ସେବେଠୁ ଯେକୌଣସି ଜିନିଷ ଅଗ୍ନିଦେବଙ୍କୁ ସମର୍ପିତ କରାଯାଉଥିଲା ତାକୁ ସ୍ୱାହା ଭସ୍ମ କରି ଦେବତାମାନଙ୍କ ନିକଟରେ ପହଁଚାଉଥିଲେ । ସେବେଠୁ ଆଜି ଯାଏଁ ଅଗ୍ନିଦେବଙ୍କ ସହ ଅଛନ୍ତି ସ୍ୱାହା ।
ତୃତୀୟ କଥା ମୁତାବକ, ପ୍ରକୃତିର ଏକ କଳା ରୂପେ ସ୍ୱାହା ଜନ୍ମ ହୋଇଥିଲେ । ଭଗବାନ କୃଷ୍ଣ ସ୍ୱାହାଙ୍କୁ ଆର୍ଶୀବାଦ କରିଥିଲେ କି , ଦେବତାମାନେ ଗ୍ରହଣ କରିବାକୁ ଥିବା ଯେକୌଣସି ସାମଗ୍ରୀ ସ୍ୱାହାଙ୍କୁ ବିନା ସମର୍ପିତ କରି ଦେବତାଙ୍କ ନିକଟରେ ପହଁଚାଯାଇ ପାରିବ ନାହିଁ । ସେଥିପାଇଁ ହୋମରେ ସ୍ୱାହା ଉଚ୍ଚାରଣ କରାଯାଏ ।
ଜ୍ୟୋତିଷ ଶାସ୍ତ୍ର ମୁତାବକ, କୌଣସି ଯଜ୍ଞ ସେପର୍ଯ୍ୟନ୍ତ ପୁରଣ ହୋଇନଥାଏ ଯେପର୍ଯ୍ୟନ୍ତ ହୋମକୁ ଦେବତାମାନେ ଗ୍ରହଣ ନକରନ୍ତି । ହୋମ ସାମଗ୍ରୀକୁ ଦେବତାମାନେ ସେତେବେଳେ ଗ୍ରହଣ କରନ୍ତି ଯେତେବେଳେ ଅଗ୍ନିରେ ଆହୁତି ଦେବା ସମୟରେ ସ୍ୱାହା କୁହାଯାଏ ।