ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧାର୍ମିକ ଗ୍ରନ୍ଥ ଅନୁସାରେ ପୂଜା-ପାଠ କରିବା ପାଇଁ ଶ୍ରାବଣ ମାସ ସର୍ବୋତ୍ତମ ମାସ । ଏହି ମାସରେ ଭଗବାନ ଶିବଙ୍କୁ ଆରାଧନା କରିବା ଶୁଭ ହୋଇଥାଏ । ସେହିପରି ଶ୍ରାବଣ ମାସରେ ହରିୟାଲି ତିଜ୍ ବ୍ରତ ର ଖୁବ୍ ମହତ୍ୱ ରହିଛି । ଏହିଦିନକୁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମିଳନର ଦିନ ବୋଲି କୁହାଯାଇଥାଏ । ଶୁକ୍ଳପକ୍ଷ ତୃତୀୟା ତିଥି ତଥା ଜୁଲାଇ ୩୧ ରେ ପାଳନ କରାଯିବ ହରିୟାଲି ତିଜ୍ । ୩୧ ଜୁଲାଇ ରବିବାର ସକାଳ ୩ଟାରୁ ତୃତୀୟା ତିଥି ଆରମ୍ଭ ହେବ ୧ ଅଗଷ୍ଟ ସୋମବାର ସକାଳ ୪ଟା ଯାଏଁ ରହିବ ।
ହରିୟାଲି ତିଜ୍ କୁ ଶ୍ରାବଣୀ ତିଜ୍ ବୋଲି ମଧ୍ୟ କୁହାଯାଏ । ଏହି ବ୍ରତ ଅତ୍ୟନ୍ତ ଶୁଭ ଏବଂ ଫଳଦାୟୀ ହୋଇଥାଏ । ସଧବା ନାରୀଙ୍କ ପାଇଁ ଏହି ବ୍ରତ ଖୁବ୍ ମହତ୍ୱପୂର୍ଣ୍ଣ । ଏହି ଉତ୍ସବ ହେଉଛି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମିଳନର ପ୍ରତୀକ । ଏହାର ବର୍ଣ୍ଣନା ଶିବପୁରାଣରେ କରାଯାଇଛି । ଏହିଦିନ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ଆର୍ଶିବାଦ ପ୍ରାପ୍ତି ପାଇଁ ବିବାହିତା ମହିଳାମାନେ ସାରାଦିନ ଉପବାସ ରଖିଥାନ୍ତି ଏବଂ ଘରର ସୁଖ-ସମୃଦ୍ଧି ପାଇଁ କାମନା କରିଥାନ୍ତି ।
ଏହି ତିଜ୍ ଦିନ ମହିଳାମାନଙ୍କ ବାପଘରୁ ସେମାନଙ୍କ ପାଇଁ ସିଂଜାରା ଆସିଥାଏ । ଯେଉଁଥିରେ ଲୁଗା, ଗହଣା, ଶୃଙ୍ଗାର ଜିନିଷ, ମିଠା, ଫଳ ଆଦି ରହିଥାଏ । ଏହିଦିନ ଝୁଲା ଝୁଲିବା ଏବଂ ଲୋକଗୀତ ଗାଇବାର ବିଶେଷ ମହତ୍ୱ ରହିଛି ।