ସମ୍ବଲପୁର (ଏଟିଆର ବ୍ୟୁରୋ): ସାରା ପଶ୍ଚିମ ଓଡିଶା ଆଜି ପାଳନ କରୁଛି ସମ୍ବଲପୁରୀ ଦିନ୍ । ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ତାରିଖକୁ ପଶ୍ଚିମ ଓଡିଶାବାସୀ ସମ୍ବଲପୁରୀ ଦିନ୍ ଭାବେ ପାଳନ କରିଥାନ୍ତି । ଏହା ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ । ସେହିପରି ଆଜି ହେଉଛି ସମ୍ବଲପୁରୀ ଦିନ୍ ।
ଏହି ଅବସରରେ ସାରା ପଶ୍ଚିମ ଓଡିଶାରେ ଜମିଛି ସମ୍ବଲପୁର ନାଚ ଗୀତର ଆସର । ସମ୍ବଲପୁରୀ ଖାଇବା ସାଙ୍ଗକୁ , ସମ୍ବଲପୁରୀ କପଡା ପିନ୍ଧି ନାଚ ଗୀତରେ ଝୁମୁଛନ୍ତି ପଶ୍ଚିମ ଓଡିଶାବାସୀ ।