ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରଛନ୍ତି ଓଡିଶାର ବିଶିଷ୍ଟ ଭାସ୍କର୍ଯୀ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର । ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ପଥରରେ ବିଭିନ୍ନ କାରୁକାର୍ଯ୍ୟ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ପଥରରକୁ ଜୀବନ୍ତ ରୂପ ଦେବା କଳା ତାଙ୍କୁ ଜଣା ।
ତାଙ୍କ ସହ ଶପଥ ନେଇଛନ୍ତି ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ସୋନାଲ ମାନସିଂହ ଯିଏକି କେବଳ ଓଡିଶୀ ନୁହେଁ ଭାରତ ନାଟ୍ୟମରେ ମଧ୍ୟ ପାରଙ୍ଗମ । ଏହାସହ ମଣିପୁରୀ ଓ କୁଚିପୁଡିରେ ତାଙ୍କର ଦକ୍ଷତା ମଧ୍ୟ ରହିଛି । ରଥଯାତ୍ରା ଦିନ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହଙ୍କୁ ରାଷ୍ଟ୍ରପତି ମନୋନିତ କରିଥିଲେ ।