ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ହାଇସ୍କୁଲ ମାନଙ୍କରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ । ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ଏନେଇ ପ୍ରକ୍ର୍ରିୟା ଆରମ୍ଭ ହୋଇଛି ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ଏକାଦଶ ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକୃତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ ପାଇଁ ପିଲାମାନଙ୍କୁ ଘରଠୁ ଦୂରକୁ ଯିବାକୁ ପଡୁଥିଲା । ଯାହାଦ୍ୱାରା ପିଲାଙ୍କ ପାଠପଢାରେ ଅସୁବିଧା ଉପୁଜୁଥିଲା ଏବଂ ପିଲାମାନଙ୍କୁ ପାଠ ପଢା ଛାଡିବାକୁ ପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ସରକାର ନିଷ୍ପତି ନେଇଛନ୍ତି କି ପିଲାମାନେ ଯେପରି ଅଶିକ୍ଷିତ ନ ରହିବେ । ଯେଉଁସ୍ଥାନରେ କଲେଜ ସୁବିଧା ନାହିଁ, ପଢିବା ପାଇଁ ପିଲାମାନଙ୍କୁ ବହୁ ଦୂର ଯିବାକୁ ପଡୁଛି ସେହି ସ୍ଥାନରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ପ୍ରର୍ଯ୍ୟାୟକ୍ରମେ ୧୦୦ ଟି ସ୍କୁଲରେ ପାଠ ପଢା ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାରେ ୪୦ ଟି ସ୍କୁଲରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ ।