ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ତୁଳସୀର ବିଶେଷ ମହତ୍ୱ ରହିଛି । କାର୍ତ୍ତିକ ମାସରେ ତୁଳସୀର ବିଶେଷ ପୂଜା କରାଯାଏ । ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ତୁଳସୀ ବିବାହ କରାଯାଇଥାଏ । ଏହି ଏକାଦଶୀକୁ ଦେବଉତ୍ଥାପନ ଏକାଦଶୀ ବୋଲି କୁହାଯାଏ ।
ଚଳିତଥର ନଭେମ୍ବର ୫ ରେ କରାଯିବ ତୁଳସୀ ବିବାହ । ମାନ୍ୟତାନୁସାରେ ଏହିଦିନ ଭଗବାନ ବିଷ୍ଣୁ ଚାରି ମାସର ଲମ୍ବା ନିଦ୍ରା ପରେ ଉଠିଥାନ୍ତି । ଏହିଦିନ ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ଅବତାର ସହ ତୁଳସୀ ମାତାଙ୍କ ବିବାହ କରିବାର ପରମ୍ପରା ରହିଛି । ତୁଳସୀ ବିବାହ ସହିତ ସମସ୍ତ ମାଙ୍ଗଳିକ ଓ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ତୁଳସୀ ବିବାହ ଶୁଭ ମୁହୂର୍ତ୍ତ:
– ତୁଳସୀ ବିବାହ ୨୦୨୨:- ୫ ନଭେମ୍ବର,ଶନିବାର
– କାର୍ତ୍ତିକ ଦ୍ୱାଦଶୀ ତିଥି ଆରମ୍ଭ:- ୫ ନଭେମ୍ବର ସନ୍ଧ୍ୟା ୬ ଟା ୮ ମିନିଟ୍
– ଦ୍ୱାଦଶୀ ତିଥି ସମାପ୍ତ:- ୬ ନଭେମ୍ବର ସନ୍ଧ୍ୟା ୫ ଟା ୬ ମିନିଟ୍
– ତୁଳସୀ ବିବାହ ପାରଣ ମୁହୂର୍ତ୍ତ :-୬ ନଭେମ୍ବର ଦିନ ୧ ଟା ୯ ମି.୫୬ ସେ. ଋୁ ୩ ଟା ୧୮ ମି. ୪୯ ସେ, ଯାଏଁ ରହିବ ।