ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିବା ସହ ଉପକୂଳବର୍ତ୍ତି ସମସ୍ତ ଜିଲ୍ଲାପାଳଙ୍କୁ ମୁକାବିଲା ପାଇଁ ସଜାଗ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ବାତ୍ୟ ବିଷୟରେ ଆଲୋଚନା ହୋଇଥିଲା । ବାତ୍ୟା ହେଲେ ଉଦ୍ଧାର କାର୍ଯ୍ୟରୁ କିପରି ତ୍ୱରାନ୍ୱିତ କରାଯିବ, କିଭଳି ଗ୍ରାଉଣ୍ଡ ଜିରୋରେ ଲୋକଙ୍କୁ ସତର୍କ କରାଯିବ ସେନେଇ ଆଲୋଚନା ହୋଇଛି ।
ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଥିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜି ମଧ୍ୟାହ୍ନରେ ବାତ୍ୟା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ବର୍ତ୍ତମାନ ଉତ୍ତରଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।