ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଧାରେ ଅଟକିଲା ଭାରତ ଓ ବ୍ରିିଟେନ ମଧ୍ୟରେ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତି । ଗୁରୁବାର ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି କରାଇପାରିଲେନି ଲିଜ୍ । ଯାହା ଭାରତ ପାଇଁ ବଡ ଝଟକା ।
ଦୀପାବଳୀ ଅବସରରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଅନୁସାରେ ବ୍ୟବସାୟକୁ ଏକ ନୂତନ ଶିଖରରେ ପହଁଚାଇବାର କାମ ଆରମ୍ଭ ହୋଇଯିବ ବୋଲି ଆଶା ଥିଲା ।
ଏହି ଚୁକ୍ତି ଭାରତ ପାଇଁ ଏକ ବଡ଼ ସୁଯୋଗ । ବ୍ରିଟେନ ବଜାରରେ ଭାରତୀୟ ଉତ୍ପାଦର ପ୍ରବେଶ ମଧ୍ୟ ଟ୍ରେଜେରୀ ଏବଂ ନିଯୁକ୍ତି ସୁଯୋଗରେ ବିଦେଶୀ ଅର୍ଥର ପ୍ରବାହକୁ ବୃଦ୍ଧି କରିବ । କିନ୍ତୁ ବର୍ତ୍ତମାନ ଏହା ନୂତନ ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର । ଏନେଇ ତାଙ୍କର ମତ କଣ?