ଆଠଗଡ (ଏଟିଆର ବ୍ୟୁରୋ): କଟକ ଜିଲ୍ଲା ସ୍ଥିତ ଆଠଗଡ ଧବଳଶ୍ୱେର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ସୁରକ୍ଷାକୁ ନେଇ ଏବେ ପ୍ରଶାସନ ତତ୍ପର ହୋଇ ଉଠିଛି ।
ଝୁଲା ପୋଲ ଦୁର୍ବଳ ଥିବା ହେତୁ ଏହାର କ୍ଷମତାକୁ ହ୍ରାସ କରାଯାଇଛି । ପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଏହାର ଭାରସାମ୍ୟ କ୍ଷମତା ୧୫୦୦ ଲୋକ ଥିଲେ । ୨୦୦୬ ମସିହାରେ ଏହାର କ୍ଷମତା ହ୍ରାସ କରାଯାଇ ୬୦୦ କରାଯାଇଥିଲା । କିନ୍ତୁ ଏବେ ରକ୍ଷଣ ବିକ୍ଷଣ ଅଭାବ ହେତୁ ପୋଲ ଦୁର୍ବଳ ହେବାରୁ ଏହାର କ୍ଷମତାକୁ ହ୍ରାସ କରାଯାଇ ୨୦୦ କରାଯାଇଛି ।
ଗୁଜୁରାଟ ଝୁଲା ପୋଲ ଦୁର୍ଘଟଣା ପରେ କଟକ ପ୍ରଶାସନ ତତ୍ପର ହୋଇ ଉଠିବା ସହ ଝୁଲା ପୋଲର କ୍ଷମତା ହ୍ରାସ କରିଛି ।