ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଲପିଜି ଗ୍ୟାସ ସିଲିଣ୍ଡରକୁ ନେଇ ମାସ ଆରମ୍ଭରୁ ଆସିଲା ଆଶ୍ୱସ୍ତିକର ଖବର । କମିଲା ଏଲପିିଜି ସିଲିଣ୍ଡର ଦାମ୍ । ଆଜିଠୁ ୧୧୫ ଟଙ୍କା ଶସ୍ତା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର । ଏହି ହ୍ରାସ କେବଳ ବ୍ୟବସାୟିକ ସିଲିଣ୍ଡର ପାଇଁ ହିଁ ଲାଗୁ ହୋଇଛି । କିନ୍ତୁ ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଶେଷଥର ପାଇଁ ଜୁଲାଇ ମାସରେ ସିଲିଣ୍ଡରର ଦାମ୍ ରେ ପରିବର୍ତ୍ତନ କରାଯାଇଥିଲା ।
ସେହିଅନୁଯାୟୀ ଦିଲ୍ଲୀରେ ୧୯କିଗ୍ରା ସିଲିଣ୍ଡର ଏବେ ୧୮୫୯.୫ ଟଙ୍କା ବଦଳରେ ୧୭୪୪ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡର ୧୯୯୫.୫୦ ଟଙ୍କା ବଦଳରେ ୧୮୪୬ ଟଙ୍କାରେ, ମୁମ୍ବାଇରେ ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ବଦଳରେ ୧୮୯୩ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ ସିଲିଣ୍ଡର ।