ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ମହାମାରୀ ଦିନକୁ ଦିକ ବଢି ବଢି ଚାଲିଛି । ଥମିବାରେ ନାଁ ନଉନି ଏହି ସଂକ୍ରାମଣ । ଆଜି ଦେଶରେ ସବୁଠାରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ଜଣା ପଡିଛି । ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩, ୮୭, ୫୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫,୮୩,୯୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୧, ୫୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୭, ୨୬୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୪୨, ୦୨୩ ରହିଛି। ୨୪ ଘଣ୍ଟାରେ ୧,୦୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
କରୋନାରେ ମୃତ୍ୟୁ ବରଣ କରିଥିବା ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୪୨ ଜଣ, ଆନ୍ଧ୍ରପ୍ରଦେଶରେ ୩୬୩୩ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୨୭୮ ଜଣ, ବିହାରର ୫୩୮ ଜଣ, ଚଣ୍ଡିଗଡ଼ରେ ୪୩ ଜଣ, ଛତିଶଗଡ଼ରେ ୨୪୫ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୩୬୯ ଜଣ, ଗୋଆରେ ୧୭୧ ଜଣ, ଗୁଜରାଟରେ ୨୯୬୨ ଜଣ, ହରିୟାଣାରେ ୬୪୬ ଜଣ, ହିମାଚଳ ପ୍ରଦେଶରେ ୩୩ ଜଣ, ଜମ୍ମୁ ଓ କଶ୍ମୀରରେ ୬୭୧ ଜଣ, ଝାଡ଼ଖଣ୍ଡରେ ୩୭୩ ଜଣ, କର୍ଣ୍ଣାଟକରେ ୫୨୩୨ ଜଣ, କେରଳରେ ୨୬୭ ଜଣ, ଲଦାଖରେ ୨୭ ଜଣ, ମଧ୍ୟପ୍ରଦେଶରେ ୧୩୦୬ ଜଣ, ମହାରାଷ୍ଟ୍ରରେ ୨୩୪୪୪ ଜଣ, ମଣିପୁରରେ ୨୫ ଜଣ, ମେଘାଳୟରେ ୮ ଜଣ, ନାଗାଲାଣ୍ଡ୍ରେ ୯ ଜଣ, ଓଡ଼ିଶାରେ ୪୪୮ ଜଣ, ପୁଦ୍ଦୁଚେରୀରେ ୧୯୦ ଜଣ, ପଞ୍ଜାବରେ ୧୨୫୬ ଜଣ, ରାଜସ୍ଥାନରେ ୧୦୦୫ ଜଣ, ସିକିମରେ ୩ ଜଣ, ତାମିଲନାଡୁରେ ୬୯୪୮ ଜଣ, ତେଲେଙ୍ଗାନାରେ ୭୯୯ ଜଣ, ତ୍ରିପୁରାରେ ୮୯ ଜଣ, ଉତ୍ତରାଖଣ୍ଡରେ ୨୨୮ ଜଣ, ଉତ୍ତରପ୍ରଦେଶରେ ୩୨୧୭ ଜଣ ଏବଂ ପଶ୍ଚମବଙ୍ଗରେ ୩୦୧୭ ଜଣ । ତେଣୁ ଆଜି କରୋନା ମହାମାରୀରେ ଅଧିକ ଲୋକେ ସଂକ୍ରମିତଙ୍କ ହୋଇଛନ୍ତି । ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩.୩୮ ନିୟୁତ ଟପିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024