ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି ଚୀନ ଓ ଭାରତର ତିକ୍ତତା । ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ହିଂସା ଘଟଣା ପରଠାରୁ ଉଭୟ ଦେଶ ମଧ୍ୟରେ କଳହ ଲାଗିରହିଛି । ପ୍ରାୟ ସବୁ ଦିନେ ଚୀନ ଓ ଭାରତ ସୀମାରେ ବଢୁଛି ଉତେଜନା । ଏହାକୁ ଦେଖି ଦୁଇ ଦେଶ ମଧ୍ୟରେ କୌଣସି ପରିସ୍ଥିତିରେ କିଛି ବି ହେଇପାରେ । ଉଭୟ ଦେଶ ସୀମାରେ ନିଜ ନିଜର ସୈନ୍ୟ କ୍ଷମତା ପ୍ରତିଦିନ ବୃଦ୍ଧି କରିବାରେ ଲାଗିଛନ୍ତି । ଯାହାକୁ ନେଇ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ଆଲୋଚନା ଜାରି ରହିଛି କିନ୍ତୁ ଏଭଳି ପରିସ୍ଥିତିରେ ଚୀନର ଏକ । ଚୀନ୍ର ୫୧ପ୍ରତିଶତ ଲୋକ ମୋଦି ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ନିଜ ଦେଶର କିଛି ନୀତିକୁ ନାପସନ୍ଦ କରିଛନ୍ତି । ଚୀନ୍ ସରକାରୀ ଖବରକାଗଜ ‘ଗ୍ଲୋବାଲ୍ ଟାଇମ୍ସ’ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହା ଜଣା ପଡିଛି ।
ଗ୍ଲୋବାଲ୍ ଟାଇମ୍ସ’ ଚୀନ୍ର କମୁନିଷ୍ଟ ସରକାରଙ୍କ ମୁଖପାତ୍ର । ଖବରକାଗଜରେ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଚୀନ୍ର ୫୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବେଳେ ୭୦ ପ୍ରତିଶତ ଚୀନ୍ ନାଗରିକ ଭାବୁଛନ୍ତି ଯେ, ଭାରତରେ ଚୀନ୍ ବିରୋଧୀ ଚିନ୍ତା ଦିନକୁ ଦିନ ବଢିଚାଲିଛି । ଯାହାକି ଉଭୟ ଦେଶ ପାଇଁ ଠିକ ନୁହେଁ । ଏହା ସହିତ ଚୀନର ୩୦ ପ୍ରତିଶତ ଲୋକେ ଭାବୁଛନ୍ତି ଭାରତ ଓ ଚୀନ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହୋଇପାରିବ ।
ସର୍ଭେରେ ଚୀନ୍ରେ ନାଗରିକମାନେ ରୁଷ୍, ଜାପାନ ଓ ପାକିସ୍ତାନ ପରେ ଭାରତକୁ ସବୁଠାରୁ ପସନ୍ଦର ଦେଶ ବୋଲି ମନେ କରୁଛନ୍ତି । ଏହା ସହିତ ସେମାନେ ଭାରତ ବିଷୟରେ ଅନେକ ଭଳ ମନ୍ତବ୍ୟ ମଧ୍ୟ ରଖିଥିଲେ ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024