ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କମୁଛି ପାରଦ ବଢୁଛି ଶୀତ । ଆସନ୍ତା ୧୨ ତାରିଖରୁ ରାଜ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବ । ଏନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ କମିବ । ଏହାସହିତ କିଛି ସ୍ଥାନରେ କୁହୁଡି ହେବାର ସମ୍ଭାବନା ମଧ୍ୟ ରହିଛି ।
ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ସେମିଳିଗୁଡାରେ ୧୨.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ।