ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭଗବାନ ଗଣେଶ ହେଉଛନ୍ତି ପ୍ରଥମ ପୂଜ୍ୟ ଭଗବାନ । ତାଙ୍କର ପ୍ରିୟ ବାର ହେଉଛି ବୁଧବାର । ଏହିଦିନ ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ଖୁସୀ ଆସିଥାଏ । ମାନ୍ୟତା ରହିଛି କି, ଯେଉଁଠି ଗଣେଶ ଭଗବାନ ନିବାସ କରନ୍ତି, ସେଠି ରିଦ୍ଧି-ସିଦ୍ଧି, ଶୁଭ-ଲାଭ ଏବଂ ମାତା ଲକ୍ଷ୍ମୀ ମଧ୍ୟ ବିରାଜମାନ କରନ୍ତି । ତାଙ୍କ କୃପାରୁ ସବୁକିଛି ମଙ୍ଗଳ ହୋଇଥାଏ । ଏହାସହିତ ବୁଧବାର କିଛି ଉପାୟ କରିବା ଦା୍ୱରା ବିଘ୍ନହର୍ତା ଗଣେଶଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ..
– ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ବୁଧବାର ଦିନ ଗାଇକୁ ଘାସ ଖୁଆନ୍ତୁ । ଏହାସହିତ ଗଜାନନଙ୍କ ମନ୍ଦିର ଯାଇ ତାଙ୍କୁ ଦୁବ ଅର୍ପଣ କରନ୍ତୁ ।
– ବୁଧବାର କଂସା ଥାଳି ଉପରେ ଚନ୍ଦନରେ ‘ଓଁ ଗଂ ଗଣପତୟୈ ନମଃ’ ଲେଖି ସେଥିରେ ୫ଟି ଲଡୁ ରଖି କୌଣସି ମନ୍ଦିରକୁ ଦାନ କରିଦିଅନ୍ତୁ । ଏଭଳି କରିବା ଦ୍ୱାରା ଜାତକରେ ଧନ ପ୍ରାପ୍ତିର ଯୋଗ ହୋଇଥାଏ ।
– ଯଦି ଆପଣଙ୍କର ବୁଧ ଦୁର୍ବଳ ଥିବେ ତେବେ ସର୍ବଦା ନିଜ ପାଖରେ ସବୁଜ ରୁମାଲ ରଖନ୍ତୁ । ଏହାସହିତ ବୁଧବାର କୌଣସି ଗରିବକୁ ସବୁଜ ମୁଗ ଡାଲି କିମ୍ବା ସବୁଜ ବସ୍ତ୍ର ଦାନ କରନ୍ତୁ । ଏହିଦିନ ସବୁଜ ରଙ୍ଗର କପଡା ପିନ୍ଧିବା ଶୁଭ ।
– ବୁଧବାର ପୂଜା କରିବା ସମୟରେ ଗଣେଶଙ୍କ ମଥାରେ ସିନ୍ଦୁର ଲଗାନ୍ତୁ । ଏହାପରେ ନିଜେ ମଥାରେ ମଧ୍ୟ ଲଗାନ୍ତୁ । ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିବ ।