ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହ କାର୍ଯ୍ୟ ପ୍ରାରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହି ପ୍ରସ୍ତାବକୁ ବିରୋଧୀ ଜଳ ନେତା ସମର୍ଥନ କରିଛନ୍ତି ।
ଗୃହ ପକ୍ଷରୁ ସ୍ୱର୍ଗତ ସଦସ୍ୟଙ୍କ ପାଇଁ ନିରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଯାଇଛି । ଏହାସହିତ ଗୃହକୁ ସନ୍ଧ୍ୟା ୫ଟା ଯାଏଁ ମୁଲତବୀ ରଖାଯାଇଛି । ଅପରାହ୍ମରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଡିସେମ୍ବର ୩୧ ଯାଏଁ ଚାଲିବ ବିଧାନସଭା ।