ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡିଶା କନକ୍ଲେଭ ୩ । ସାରା ବିଶ୍ୱ ଦେଖିବ ଓଡିଶାର ଶିଳ୍ପ ସମ୍ଭାବନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଜନତା ମଇଦାନରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ । ନଭେମ୍ବର ୩୦ ରୁ ଡିସେମ୍ବର ୪ ଯାଏଁ ଚାଲିବ ସମ୍ମିଳନୀ । ସହଯୋଗୀ ରାଷ୍ଟ୍ର ଭାବେ ଏହି ସମ୍ମିଳନୀରେ ଜର୍ମାନୀ, ନରୱେ, ଜାପାନ, ନେପାଳ ଓ ବାଂଲାଦେଶକୁ ରଖାଯାଇଛି ।
ସେପଟେ ବିଭିନ୍ନ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ, ୨୧୩ ପୋଲିସ ଅଧିକାରୀ କର୍ମୀ ଦାୟିତ୍ୱରେ ରହିବେ । ସେଥିମଧ୍ୟରୁ ୪ ଜଣ ଡିସିପି, ୨୧ ଜଣ ଇନସପେକ୍ଟର, ୪୭ ଜଣ ଏସଆଇ ଓ ଏଏସଆଇ ମୁତୟନ ହୋଇଛନ୍ତି ।