ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶିଳ୍ପ ମହାକୁମ୍ଭ । ଗତକାଲି ସନ୍ଧ୍ୟାରେ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡିଶା କନେକ୍ଲେଭର ତୃତୀୟ ସଂସ୍କରଣ କୁ ଉଦଘାଟନ କରିଛନ୍ତି ।
ଆସନ୍ତା ୪ ତାରିଖ ଯାଏଁ ଚାଲିବ ମେକ୍ ଓଡିଶାର ତୃତୀୟ ସଂସ୍କରଣ । ଏହି ସମ୍ମିଳନୀରେ ଶହେରୁ ଅଧିକ ଶିଳ୍ପପତି ହେବେ । ଏହାସହିତ ୧୩୦ ଟି ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।