ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଛି ଶୀତ । ରାତ୍ରି ତାପମାତ୍ରା ହ୍ରାସ ହେବା ସହ ରାଜ୍ୟରେ ପୁଣି ବଢିଛି ଶୀତ । ଆହୁରି ୨ ରୁ ୩ ଡିଗ୍ରୀ ଯାଏଁ କମିବ ରାତି ତାପମାତ୍ରା । ଯାହାଫଳରେ ରାଜ୍ୟରେ ଆହୁରି ଦୁଇ ଦିନ ଅଧିକ ଶୀତ ଅନୁଭୂତ ହେବ ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୯ ଟି ସହରର ତାପମାତ୍ରା । ଦିନରେ ପାଗ ଖରାଟିଆ ରହିବ ଏବଂ ରାତିରେ ଶୀତ ଅନୁଭୂତ ହେବ । ଏହାପରେ ୨୧ ତାରିଖରୁ ରାତି ତାପମାତ୍ରା ପୁଣି ୪ ଡିଗ୍ରୀ ବୃଦ୍ଧି ପାଇବ । ଯାହାଫଳରେ ଶୀତ କମିବ ।