ବାଲେଶ୍ୱର,(ଏଟିଆର ବ୍ୟୁରୋ): ଅନ୍ୟମାନଙ୍କ ଲାଗି ପରୀକ୍ଷା ଦେବା ମହଙ୍ଗା ହେଲା । ବନ୍ଧା ହେଲେ ଦୁଇ ନକଲି ପରୀକ୍ଷାର୍ଥୀ । ବାଲେଶ୍ୱର ଆଇଟିଆଇ ସେଣ୍ଟରରେ ଏଭଳି ଏକ ଘଟଣା ଘଟିଛି । ରିପୋର୍ଟ ଅନୁସାରେ, ଓଜେଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ହେଉଥିବା ବେଳେ ଏହି ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି ।
ମୋଟ ୪୫୩ଜଣ ପରୀକ୍ଷା ଦେଉଥିବା ବେଳେ ଏମାନଙ୍କ ମେଳ ଖାଇନଥିଲା । ପର୍ଯ୍ୟବେକ୍ଷକଙ୍କ ସନ୍ଦେହ ହୋଇଥିଲା । ଉଭୟଙ୍କୁ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା । ଧରାପଡିଥିବା ଦୁଇ ପିଲାଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି ।