ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟର ଋଷଭ ପନ୍ତ କାର ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣା ଟି ଏତେମାତ୍ରାରେ ଭୟଙ୍କର ଥିଲା କି କାରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏଥିରେ ଋଷଭ ପନ୍ତ ଗୁରୁତର ହୋଇଛନ୍ତି । ତାଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ଋଷଭଙ୍କ ସ୍ୱାସ୍ଥ୍ୟକୁ ନେଇ ଲଗାତାର ଭାବେ ଡାକ୍ତର ଅପଡେଟ ଦେଉଛନ୍ତି । ଡାକ୍ତରଙ୍କ ମୁତାବକ, ଦୁର୍ଘଟଣାରେ ଋଷଭ ଗଭୀର ଭାବେ ଆହତ ହୋଇଛନ୍ତି । ପୁରା ଡାକ୍ତରୀ ଟିମ୍ ତାଙ୍କର ଚେକଅପ୍ କରୁଛନ୍ତି । ତାଙ୍କ ଗୋଡ ଓ ଅଣ୍ଟାରେ ଆଘାତ ଲାଗିଛି । କିନ୍ତୁ ସେ ଏବେ ବିପଦମୁକ୍ତ । ସେ ଏବେ କଥାବାର୍ତ୍ତା କରୁଛନ୍ତି ।