ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାଡରେ ଥରୁଛି ସାରା ରାଜ୍ୟ । ବୃଦ୍ଧି ହୋଇଛି ଶୀତ ପ୍ରକୋପ । ଆଗକୁ ଆହୁରି ବଢିବ ଶୀତ ପ୍ରକୋପ । ବର୍ତ୍ତମାନ ତୁଳନାରେ ଆସନ୍ତା ଦୁଇଦିନ ମଧ୍ୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆସନ୍ତା ଦୁଇଦିନ ମଧ୍ୟରେ ଉତ୍ତର ଦିଗରୁ ବଢିବ କାଲୁଆ ପବନ ର ପ୍ରବାହ । ଏହାର ପ୍ରବାଭରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ କମିପାରେ ।