କୋଣାର୍କ (ଏଟିଆର ବ୍ୟୁରୋ): ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ମାହେନ୍ଦ୍ର ବେଳାରେ ତିନି ଠାକୁରଙ୍କୁ ଚନ୍ଦ୍ରଭାଗା ତିର୍ଥକୁ ଶୋଭାଯାତ୍ରାରେ ଅଣାଯାଇଥିଲା । ୪ ଟା ୩୦ ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ଏହାପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ ପକାଇଥିଲେ । ବିଶ୍ୱାସ ରହିଛି କି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ ।
ଦୀର୍ଘ ଦୁଇ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି ବୁଡ ।