ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ୧୦ ଏବଂ ୧୧ ଏହି ଦୁଇ ଦିନରେ ଟ୍ୱିନ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ ହାଇଆଲର୍ଟ କରାଯାଇଛି । ସବୁଠି ରହିଛି କଡା ନଜର । ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ରୁ ଅଧିକ ଅଫିସର ନିୟୋଜିତ ହେବେ । ସାଦା ପୋଷାକଧାରୀ ପୋଲିସ ସହ ରୁଫଟପ୍ ସୁରକ୍ଷାକର୍ମୀ ମୁତୟନ ହେବେ । ଆଜି କରାଯିବ କାରକେଡ୍ ରିହର୍ସାଲ ।