ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ।
ଋିପୋର୍ଟ ମୁତାବକ, ଚେତନ ଶର୍ମାଙ୍କ ଇସ୍ତଫା ପତ୍ର ସ୍ୱୀକାର କରିଛନ୍ତି ଜୟ ଶାହା । ବିସିସିଆଇରେ ଚେତନଙ୍କ ଏହା ଦ୍ୱିତୀୟ କାର୍ଯ୍ୟକାଳ ଥିଲା । କିନ୍ତୁ ତାଙ୍କୁ ୪୦ ଦିନ ଭିତରେ ଇସ୍ତଫା ଦେବାକୁ ପଡିଛି ।
ସୂଚନାଯୋଗ୍ୟ, ନିକଟରେ ଷ୍ଟିଙ୍ଗ ଅପରେଶନ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।