ଭୁବନେଶ୍ୱର,(ଏଟିଆର ବ୍ୟୁରୋ) : ଚୋରଙ୍କ ଟାର୍ଗେଟରେ ମନ୍ଦିର । ମଙ୍ଗଳବାର ରାତିରେ ଦୁଇଟି ମନ୍ଦିରରୁ କଳାକନା ବୁଲାଇଛନ୍ତି ଚୋର । ଦାନ ବାକ୍ସ ଭାଙ୍ଗି ହରିଲୁଟ କରିଛନ୍ତି ଟଙ୍କା । ଗୋଟିଏ ଘଟଣା ଢ଼େଙ୍କାନାଳ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ପୁରୀରେ ଘଟିଛି ।
କାମାକ୍ଷାନଗର ମାଳପୁରାରେ ଥିବା ରାମ ମନ୍ଦିର ଫାଟକ ଭାଙ୍ଗି ଚୋର ମାନେ ଲୁଟପାଟ କରିଛନ୍ତି । କୌଣସି ସୁରାକ ଯେମିତି ନରହେ ସେଥିପାଇଁ ଗଲାବେଳେ ସେମାନେ ମନ୍ଦିରରେ ଲାଗିଥିବା ସିସିଟିଭି ହାର୍ଡଡିକ୍ସ ନେଇଯାଇଥିବା ଜଣାପଡିଛି । ସେହିପରି ପୁରୀରେ ଥିବା ମହାବୀର ମନ୍ଦିରରୁ ମଧ୍ୟ ଚୋରି ହୋଇଛି । ଏଠାରେ ବି ଦାନ ବାକ୍ସ ଭାଙ୍ଗି କଳାକନା ବୁଲାଇଛନ୍ତି ଚୋର । ପୁଲିସ ଉଭୟ ଘଟଣାର ଖୋଳତାଡ ଆରମ୍ଭ କରିଛି ।