ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଭୁବନେଶ୍ୱରର ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟାଙ୍କୁ ନିଜର ସାତ ଜନମର ସାଥୀ କରିଛନ୍ତି ଲିପ୍ସା ।
ଲିପ୍ସା ତାଙ୍କ ବିବାହରେ ଫ୍ୟାସନ ଡିଜାଇନର ସବ୍ୟସାଚୀ ଲେହେଙ୍ଗା ପିନ୍ଧି ବେଶ ଆକର୍ଶଣୀୟ ଦେଖାଯାଉଥିଲେ । ଆକାଶ ମଧ୍ୟ ଏକ କ୍ରିମ ରଙ୍ଗର ସେରୱାନି ପିନ୍ଧି ସୁନ୍ଦର ଦିଶୁଥିଲେ । ବିବାହ ମଣ୍ଡପରେ ଉଭୟଙ୍କ ଯୋଡି ଖୁବ୍ ସୁନ୍ଦର ଦିଶୁଥିଲା ।