ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାର ଦିନ ଧନ ଦେବୀ ମା ଲକ୍ଷ୍ମୀଙ୍କ ସହିତ ସନ୍ତୋଷୀ ମାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ସୁଖ, ଶାନ୍ତି ଏବଂ ବୈଭବର ପ୍ରତିକ ହେଉଛନ୍ତି ମା ସନ୍ତୋଷୀ ।
କୁହାଯାଏ କି ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ବିଧି ବିଧାନ ସହ ବ୍ରତ ଏବଂ ପୂଜା କରିଥାନ୍ତି ସନ୍ତୋଷୀ ମା ତାଙ୍କର ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ହୃଦୟରୁ ଏହି ବ୍ରତ କରିବା ଦ୍ୱାରା ସନ୍ତୋଷୀ ମାଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ମାନ୍ୟତାନୁସାରେ ପ୍ରତ୍ୟେକ ଶୁକ୍ରବାର ଦିନ ମା ସନ୍ତୋଷୀଙ୍କ ପୂଜା କରିବା ଦ୍ୱାରା ଧନ ଏବଂ ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । କୁହାଯାଏ କି ପ୍ରତ୍ୟେକ ଶୁକ୍ରବାର ପୂଜା ପରେ ସନ୍ତୋଷୀ ମାଙ୍କ ଆରତୀ ପାଠ କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ।