ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଫିଲ୍ମ ନିର୍ମାତା ମଣିରତ୍ନମଙ୍କ ଚର୍ଚ୍ଚିତ ଫିଲ୍ମ ‘ପୋନିୟିନ’ ର ପାର୍ଟ ୨ ରିଲିଜ୍ ପାଇଁ ପ୍ରସ୍ତୁତ । ପାର୍ଟ ୧ ର ସଫଳତା ପରେ ଏବେ ପୋନିୟିନ ସେଲଭାନ ୨ ର ପ୍ରମୋଶନ ପାଇଁ ଅଣ୍ଟା ଭିଡିଛନ୍ତି ନିର୍ମାତା । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦର୍ଶକଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରୁଛନ୍ତି ।
ସେୟାର ହୋଇଥିବା ଭିଡିଓରେ ତ୍ରିଷା କ୍ରିଷ୍ଣନଙ୍କ ଲୁକ ନଜରକୁ ଆସିଛି । ଏଥିରେ ତ୍ରିଶା ରାଣୀ କୁନ୍ଦବାଇ ଚରିତ୍ରରେ ବିଭିନ୍ନ ରଙ୍ଗର ରେଶମ ପୋଷାକ ଏବଂ ଟେମ୍ପୁଲ ଡିଜାଇନର ଅଳଙ୍କାର ପିନ୍ଧି ଖୁବ୍ ସୁନ୍ଦର ଦିଶୁଛନ୍ତି । ଚୋଳ ରାଜବଂଶର ସୁବୁଠୁ ବୁଦ୍ଧିମାନୀ ରାଜକୁମାରୀ ଭାବେ ଏଥିରେ ତ୍ରିଶାଙ୍କୁ ଦର୍ଶଯାଇଛି । ଯିଏ ତାଙ୍କ ସାନ ଭାଇଙ୍କୁ ଶକ୍ତିଶାଳୀ ସମ୍ରାଟ ଭାବେ ବିକଶିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
Sharp tongue. Fierce mind.
Powerhouse!
Have you missed our eternal beauty?
Watch what went on BTS as @trishtrashers became #Kundavai!First Single Coming Soon!
Stay tuned 🥳#PS #PS1 #PS2 #PonniyinSelvan #ManiRatnam @arrahman @LycaProductions @Tipsofficial @tipsmusicsouth pic.twitter.com/mHnRJze9dv— Madras Talkies (@MadrasTalkies_) March 9, 2023