ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ): ରାମାୟଣ ଉପରେ ଆଧାରିତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ ର ନୂତନ ପୋଷ୍ଟର ଜାରି ହୋଇଛି । ଏହାସହିତ ଫିଲ୍ମର ନୂତନ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ୧୬ ଜୁନ୍ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଆଦିପୁରୁଷ । ଅବଶ୍ୟ ନୂତନ ପୋଷ୍ଟରକୁ ଟ୍ରୋଲ କରାଯାଉଛି ।
ଆଲୋକ ଚମକ ଓ ମନ୍ତ୍ର ଧ୍ୱନି ସହିତ ରାମନବମୀ ଅବସରରେ ଆଦିପୁରୁଷ ର ପୋଷ୍ଟର ଜାରି କରାଯାଇଛି । ପୋଷ୍ଟରରେ ରାଘବ ରୂପରେ ପ୍ରଭାସ, ଜାନକୀ ରୂପେ କୃତି ସେନନ, ଶେଷ ରୂପେ ସନି ସିଂହ ଏବଂ ବଜରଙ୍ଗ ରୂପେ ଦେବଦତ୍ତ ନାଗ ପ୍ରଣାମ କରୁଥିବାର ନଜର ଅସୁଛନ୍ତି ।