ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ ଓ ସାମ୍ସ ପୋର୍ଟାଲରେ ରେଜଲ୍ଟ ଦେଖିପାରିବେ ।
ଚଳିତ ବର୍ଷ କଳାରେ ୨,୧୯,୧୧୦ ଜଣ ଛାତ୍ରଛାତ୍ରୀ ଏବଂ ଧନ୍ଦାମୂଳକରେ ୫୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।