ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ଚିହ୍ନଟ ଜାରି ରହିଛି । ବିଭିନ୍ନ ରାଜ୍ୟରୁ ସମ୍ପର୍କୀୟ ଆସି ମୃତଦେହ ଚିହ୍ନଟ କରୁଛନ୍ତି । ଭୁବନେଶ୍ୱରକୁ ଆସିଥିବା ମୋଟ ୧୯୩ ମୃତଦେହରୁ ୧୧୧ ଟି ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର ହୋଇଛି । ଏହାସହିତ ହସ୍ପିଟାଲରେ ଆହୁରି ୮୨ ଟି ମୃତଦେହ ରହିଛି । ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି,ହସ୍ପିଟାଲରେ ଥିବା ମୃତଦେହ ଗୁଡିକର ଡିଏନଏ ଟେଷ୍ଟ କରିବା ପାଇଁ ପ୍ରକ୍ରିୟା ଚାଲିଛି ।