ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଲୋକ ଅଛନ୍ତି ଯଉଁମାନେ ସକାଳୁ ଉଠି ଖାଲି ପେଟରେ ପାଣି ପିଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହାର ଫାଇଦା କ’ଣ ହୋଇପାରେ? ଆଜ୍ଞା ହଁ ସକାଳୁ ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ଖୁବ୍ ଫାଇଦା ହୋଇଥାଏ । ଏହିଭଳି ଆପଣ ଗୋଟେ ଲିଟର ପାଣି ପିଇ ପାରିବେ ।
– ପାଣି ଆପଣଙ୍କ ରକ୍ତରୁ ଘାତକ ତତ୍ୱ ବାହାରକୁ ବାହାର କରି ଦେଇଥାଏ, ଯାହାଦ୍ୱାରା ତ୍ୱଚାରେ ଚମକପଣ ଆସିଥାଏ ।
– ଖାଲି ପେଟରେ ପାଣି ପିଇବା ଦ୍ୱାରା ପେଟର ଅଳିଆ ସଫା ହେବା ସହିତ ରକ୍ତ ଶୁଦ୍ଧ ହୋଇଥାଏ ।
– ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ମାଂସପେଷୀୟ ଏବଂ ନୂତନ କଣିକା ସୃଷ୍ଟି ହୋଇଥାଏ ।
– ଏହାଦ୍ୱାରା ଶରୀରର ମୋଟାବଲୀଜିମ୍ ବଢିବା ସହ ଓଜନ ହ୍ରାସ ହୋଇଥାଏ ।