ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ହେରାପଞ୍ଚମୀ । ରତ୍ନବେଦୀ ଛାଡି ଜନ୍ମ ବେଦୀରେ ଲୀଲାଖେଳା କରୁଛନ୍ତି ଚତୁର୍ଦ୍ଧାମୂରତି । ପ୍ରଭୁଙ୍କ ଦର୍ଶନ ଅଭିଳାଷରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମା ଲକ୍ଷ୍ମୀ ସାଆନ୍ତାଣୀ । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମହାଲକ୍ଷ୍ମୀ ।
ସନ୍ଧ୍ୟାରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେରାପଞ୍ଚମୀ ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।