ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂଜାରେ ଦେବା-ଦେବୀଙ୍କୁ ଫୁଲ ଅର୍ପଣ କରାଯାଇଥାଏ । ଏହା ଆପଣମାନେ ସମସ୍ତେ ଜାଣିଥିବେ । କିନ୍ତୁ ଦେବା-ଦେବୀଙ୍କୁ ପୂଜାରେ ଫୁଲ ଅର୍ପଣ କରିବା ପଛର କଣ ରହିଛି ମହତ୍ୱ ଆପଣମାନେ ହୁଏତ ଜାଣିନଥିବେ ତେବେ ଆସନ୍ତୁ ଜାଣିବ ।
ଫୁଲର ମହତ୍ୱ:
ହିନ୍ଦୁ ମାନ୍ୟତାନୁସାରେ ଭଗବାନଙ୍କ ଚରଣରେ ଫୁଲ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କ ପୂଣ୍ୟରେ ବୃଦ୍ଧି ହୋଇଥାଏ । ସମସ୍ତ ପାପ ନାଶ ହୁଏ । ଏହାଦ୍ୱାରା ଉତ୍ତମ ଫଳ ପ୍ରାପ୍ତି ହୁଏ । ସବୁଠୁ ମୁଖ୍ୟ କଥା ହେଉଛି ମାନ୍ୟତା ଅନୁସାରେ ବେଲପତ୍ର, ଅଗସ୍ତ୍ୟ ଫୁଲ ଏବଂ ତୁଳସୀ କଦାପି ବାସି ହୋଇନଥାଏ ।
ଫୁଲ ଅର୍ପଣ କରିବାର ସଠିକ୍ ଉପାୟ:
ଯଦି ଆପଣ ଭଗବାନଙ୍କ ଶୃଙ୍ଗାର କରୁଛନ୍ତି ତେବେ ସେହି ସମୟରେ ଫୁଲକୁ ଭଗବାନଙ୍କ ମସ୍ତକରେ ସଜାନ୍ତୁ । କିନ୍ତୁ ପୂଜା ସମୟରେ ଫୁଲକୁ ଭଗବାନଙ୍କ ଚରଣରେ ରଖିବାର ବିଧି ରହିଛି । ସେହିପରି ଯଦି ଆପଣ ଫୁଲ ମାଳ ଭଗବାନଙ୍କୁ ଚଢାଉଛନ୍ତି ତେବେ ଏହାଦ୍ୱାରା ଦାରିଦ୍ରତା ଦୂର ହୋଇଥାଏ ଏବଂ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।