ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ହେଉଛି ସପ୍ତମୀା ପବିତ୍ର ନବରାତ୍ରିର ସପ୍ତମରାତି । ଏହି ଦିନ ମା’ ଦୁର୍ଗା ନେଇଥିଲେ ମା’ କାଳରାତ୍ରି ରୂପ । ରାକ୍ଷସମାନେ ସବୁ ସ୍ଥାନରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ , ତେଣୁ ସେମାନେ ସବୁ ପୁରରେ ଆରମ୍ଭ କରିଦେଇଥିଲେ ଅତ୍ୟାଚାର । ଦାନବ ରକ୍ତବିଜ ଓ ଶୁମ୍ଭ ନିଶୁମ୍ଭ ଯେତେବେଳେ ଦେବଲୋକରେ ନିଜର କ୍ରୁରତା ଦେଖାଇଥିଲେ , ସେତେବେଳେ ମା’ ଦୁର୍ଗା ନେଇଥିଲେ କାଳରାତ୍ରିର ରୁପ । ଆଜି ହେଉଛି ମହା ସପ୍ତମି , ମା’ ଦୁର୍ଗା ଆଜିର ଦିନରେ କାଳରାତ୍ରି ରୁପ ଧାରଣ କରିଥିଲେ , ତେଣୁ ଆଜି ମା’ କାଳରାତ୍ରିଙ୍କ ଆରାଧନା କରାଯ୍ଧଶ । ଅସୁର ରକ୍ତ ବିଜର ବଦ୍ଧ କରିବା ପାଇଁ ମା’ ଦୁର୍ଗା ନିଜର ସ୍ୱର୍ଣ ଛବିରୁ କାଳରାତ୍ରି ମାତାଙ୍କ ଉତ୍ପତି କରିଥିଲେ । ଯେତେବେଳେ ମା’ ଦୁର୍ଗା ରକ୍ତ ବିଜକୁ ବଦ୍ଧ କଲେ , ସେତେବେଳେ ମା’ କାଳରାତ୍ରି ରାକ୍ଷସ ରକ୍ତ ବିଜର ରକ୍ତ ପୃଥିବି ପୃଷ୍ଠରେ ପଡିବା ଆଗରୁ ତାର ପୁନ ଉତ୍ପତି ନ ହେବା ପାଇଁ ପି ଦେଇଥିଲେ । ଦେବି କାଳରାତ୍ରିଙ୍କ ଶରୀରର ରଙ୍ଗ କଳା ଅନ୍ଧକାର ଭଲି କଳା ଅଟେ । ତାଙ୍କ କେଶ ଖୋଲା ରହିଥାଏ । କାଳରାତ୍ରି ରୁପ ମା’ ଦୁର୍ଗାଙ୍କର ଅତି ଭୟଙ୍କର ରୁପ । ମା’ କାଳରାତ୍ରିଙ୍କର ତିନୋଟି ଆଖି ବା ନେତ୍ର ଅଛି । ମା’ କାଳରାତ୍ରିଙ୍କର ନାକରୁ ନିଆ ଜ୍ୱଳା ବାହାରି ଥାଏ । ମା’ ଦୁର୍ଗାଙ୍କର କାଳ ରାତ୍ରି ରୁପର ବାହନ ହେଇଛନି ଗଧ । ମା’ ନିଜ ହାତରେ ଖଣ୍ଡା ଓ କଣ୍ଟା ଧରି ଥାଆନ୍ତି । ତାଙ୍କ ବାମ ପାଦରେ ପାଉଁଜି ପିନ୍ଧି ଥାଆନ୍ତି ମା’ କାଳରାତ୍ରି । ମା’ଙ୍କର ଏହି ରୁପ ରମକ୍ରାରିତା ।ନବରାତ୍ରିରେ ମାଙ୍କର ରୁଦ୍ର ରୁପ ହେଉଛି କାଳରାତ୍ରି ରୁପ । ମା’ କାଳରାତ୍ରି ସବୁବେଳେ ଶୁଭଫଳ ପ୍ରଦାନ କରିଥାଆନ୍ତି , ତେଣୁ ତାଙ୍କୁ ଶୁଭାନ୍ତି ଓ ଶୁଭଙ୍କର ବୋଲି କୁହାଯାଏ । ମା’ କାଳରାତ୍ରିଙ୍କୁ ସ୍ମରଣ କରିବା ଦ୍ୱାରା ଦାନବ , ରାକ୍ଷସ, ଭୁତ , ପ୍ରେତ ଆଦି ଭୟଭିତ ହୋଇ ପଳାନ୍ତି । ମା’ କାଳରାତ୍ରିଙ୍କର ଭକ୍ତକୁ , ନିଆ ଭୟ , ପାଣି ଭୟ, ଜନ୍ତୁ ଭୟ , ଶତ୍ରୁ ଭୟ ଓ ରାତି ଭୟ କିଛି ନଥାଏ । ମା’ କାଳରାତ୍ରି ସବୁବେଳେ ନିଜ ଭକ୍ତଙ୍କୁ ସାହାସ ପ୍ରଦାନ କରିଥାଆନ୍ତି । ବିଶ୍ୱାସ କରାଯାଏ ଯେ ଗୁଣି ଗାରେଡିରୁ ମଧ୍ୟ ମା’ ନିଜ ଭକ୍ତକୁ ରକ୍ଷା କରି ଥାଆନ୍ତି । ମା’ କାଳରାତ୍ରି ଶନିଗ୍ରହଙ୍କୁ ନିୟନ୍ତ୍ରଣ କରିଥାଆନ୍ତି । ମା’ ଙ୍କର କାଳରାତି ସ୍ୱରୁପକୁ ଗୁଡ ଭୋଗ ଲଗାଯାଏ । ଗୁଡରେ ତିଆରି ହୋଇଥିବା କୌଣସି ମିଠା ମଧ୍ୟ ଆପଣ ମା, କାଳରାତ୍ରିଙ୍କୁ ଭୋଗ ଲଗାଇ ପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ସଂକଟ ଦୂର ହୋଇଥାଏ ଓ ଦୁଃଖ ମଧ୍ୟ ଦୁର ହୋଇଥାଏ । କାଳରାତ୍ରିଙ୍କ ପ୍ରିୟ ଫୁଲ ହେଉଛି କୃଷ୍ଣ କମଳ ବା ନୀଳ ପଦ୍ମ । ଏହି ଫୁଲ ମା’ଙ୍କୁ ଚଢାଇବା ଦ୍ୱାରା ସବୁ ବାଧା ବିଘ୍ନ ଦୂର ହୋଇଥାଏ । ମା’ ସବୁ ପ୍ରକାର କୁପ୍ରଭାବରୁ ରକ୍ଷା କରି ଥାଆନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024