ମୁମ୍ବାଇ(ଏଟିଆର ବ୍ୟୁରୋ):କରୋନାରେ ସବୁସ୍ଥାନକୁ କାବୁ କରିଛି । ତେବେ ବଲିଉଡ ଇଣ୍ଡଷ୍ଟ୍ରିରୁ ଏଥିରୁ କେହି ବାଦ ପଡି ନାହାନ୍ତି । ବର୍ତ୍ତମାନ ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ନିଜ ସ୍ୱାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ଅଛନ୍ତି। ପିଙ୍କି ରୋଶନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ନିୟମିତ ଯୋଗ କରିବା ଯୋଗୁଁ ତାଙ୍କ ସୁସ୍ଥ୍ୟ ଭଲ ଥିଲେ କିନ୍ତୁ ପିଙ୍କି ରୋଶନଙ୍କ କହିବା ଅନୁସାରେ ତାଙ୍କ ପୂରା ପରିବାର ୨୦ଦିନ ପରେ ନିଜ କରୋନା ଟେଷ୍ଟ୍ କରାଇଥିଲେ । ଗତ ସପ୍ତାହରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଡାକ୍ତରଙ୍କ କହିବା ମୁତାବକ ଯୋଗ କରିବା ଫଳରେ ତାଙ୍କ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। କିନ୍ତୁ ୧୫ଦିନ ଯାଏଁ ଭାଇରସ୍ ତାଙ୍କ ଶରୀରରେ ରହିବ। ଶୁକ୍ରବାର ସେ ଆଉ ଏକ ଟେଷ୍ଟ କରିବେ। ସେ ଆଶା କରୁଛନ୍ତି ଯେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିବ।ନିକଟରେ ପିଙ୍କି ରୋଶନ ,ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଲୋକଙ୍କୁ ସତ ଜାଣିବାର ଆବଶ୍ୟକତା ରହିଛି । ପିଙ୍କିଙ୍କ ଏହି ବୟାନ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024