ମୁମ୍ବାଇ(ଏଟିଆର ବ୍ୟୁରୋ): ଆଜି ହେଉଛି ସିକ୍ରେଟ ସୁପରଷ୍ଟାର ଜାୟରା ୱାସିମଙ୍କ ଜନ୍ମଦିନ । ପ୍ରଥମ ଚଳଚ୍ଚିତ୍ର ଡଙ୍ଗଲ ପାଇଁ ଜାତୀୟ ପୁରସ୍କାର ଜିତିଥିବା ପୂର୍ବତନ ଅଭିନେତ୍ରୀ ଜାୟରା ୱାସିମ୍ ତାଙ୍କ କ୍ୟାରିୟରରେ କେବଳ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଏତେ କମ୍ ସମୟ ମଧ୍ୟରେ ମଧ୍ୟ ଲୋକମାନେ ତାଙ୍କ କାମକୁ ବହୁତ ପସନ୍ଦ କରିଥିଲେ । ଜାୟରା ୱାସିମ ୨୩ ଅକ୍ଟୋବର ୨୦୦୦ ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ତାଙ୍କର ହଠାତ୍ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କଲା।ଡଙ୍ଗଲ ଏକ ସୁପରହିଟ୍ ହେବା ପରେ ଜାୟରା ୱାସିମ୍ ପୁଣି ଥରେ ଆମୀର ଖାନଙ୍କ ସହିତ ଫିଲ୍ମ ସିକ୍ରେଟ୍ ସୁପରଷ୍ଟାରରେ ଅଭିନୟ କରିଥିଲେ ଏବଂ ପୁଣିଥରେ ତାଙ୍କ ଭୂମିକା ପାଇଁ ପ୍ରଶଂସା ଲାଭ କରିଥିଲେ । ଏହା ପରେ ଜାୟରା ପ୍ରିୟଙ୍କା ଚୋପ୍ରାଙ୍କ ସହ ଦି ସ୍କାଏ ଇଜ୍ ପିଙ୍କ୍ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମର ସୁଟିଂ ଶେଷ ହେବା ପରେ ଜାୟରା ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରିଥିଲେ।ଜାୟରା ୱାସିମ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସେ ତାଙ୍କ କାର୍ୟ୍ୟରେ ଖୁସି ନୁହଁନ୍ତି କାରଣ ଏହା ତାଙ୍କୁ ତାଙ୍କ ବିଶ୍ୱାସ ଓ ଧର୍ମଠାରୁ ଦୂରେଇ ଦେଉଛି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଅଭିନେତ୍ରୀ ହେବା କାରଣରୁ ସେ ଇସଲାମରୁ ଦୂରେଇ ଯାଉଛନ୍ତି। ଏହି କାରଣରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଛନ୍ତି। ୨୦୧୭ ମସିହାରେ, ଜାୟରା ୱାସିମ ବିମାନରେ ଆସିବା ସମୟରେ ସେ ଅସଦାଚରଣର ସିକାର ହୋଇଥିଲେ । ଏହି ଅସଦାଚରଣ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ହୋଇଥିଲା ଯାହାକୁ ଜାୟରା ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଥିଲେ। ଜାୟରାଙ୍କର ଏହି ଭିଡିଓ ତୁରନ୍ତ ଭାଇରାଲ ହୋଇଥିଲା। ତାଙ୍କୁ ଅସଦାଚରଣ ମାମଲାରେ ବିକାଶ ସଚ୍ଚଦେବଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ଜାୟରାଙ୍କୁ ମେହବୁବା ମୁଫତିଙ୍କ ଦ୍ୱାରା ରୋଲ୍ ମଡେଲ୍ କହିବା ଉପରେ ଉତ୍ତେଜନା ମଧ୍ୟ ହୋଇଥିଲା । ଜାୟରା ଦଶମ ବୋର୍ଡରେ ୯୨ ପ୍ରତିଶତ ମାର୍କ ଆଣିଥିଲେ । ଏହା ପରେ ଜାମ୍ମୁ କାଶ୍ମୀରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଜାଇରାଙ୍କୁ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମେହବୁବା ମୁଫତି କହିଥିଲେ- ସେ କାଶ୍ମୀରର ଯୁବକମାନଙ୍କ ପାଇଁ ଏକ ଆଦର୍ଶ ଅଟନ୍ତି। ଜାୟରା ମଧ୍ୟ ମେହବୁବା ମୁଫତିଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହା ପରେ ଅନେକ ବିଚ୍ଛିନ୍ନତାବାଦୀ ଏଥିପାଇଁ ଜାୟରାଙ୍କୁ ଟ୍ରୋଲ କରିଥିଲେ। ଜାଇରା ଏହି ଫଟୋକୁ ଶୀଘ୍ର ଡିଲିଟ କରି ଫେସବୁକରେ କ୍ଷମା ମାଗିଥିଲେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024